• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th March 2023: ଏହି ରାଶିର ବ୍ୟକ୍ତି ଆଜି ନିସ୍ପଳତା ଓ ନିରାଶା ଅନୁଭବ କରିବେ

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର - ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । ଘାତ ବାର- କର୍କଟ ।

Taurus

ବୃଷ

Wednesday 08 Mar 2023

କୃତିକା- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ନିଦ୍ଧିଷ୍ଟ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ ।

ରୋହିଣୀ- ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ । କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ ।

ମୃଗଶିରା- ହଠାତ କୌଣସି ଖୁସି ଖବର ପାଇବେଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ ।

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର - ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ