• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th March 2023: ଏହି ରାଶିର ବ୍ୟକ୍ତି ଆଜି ନିସ୍ପଳତା ଓ ନିରାଶା ଅନୁଭବ କରିବେ

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର - ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । ଘାତ ବାର- କର୍କଟ ।

Aries

ମେଷ

Wednesday 08 Mar 2023

ଅଶ୍ୱନୀ- କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶାରିରୀକ କ୍ଲେଶ ଦୂର ହୋଇଯିବ । ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ । ଦୈନନ୍ଦିନ ଜୀବନଟି ମୋଟାମୋଟି ଭାବେ ଭଲରେ ବିତାଇବେ ।

କୃତିକା- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ । ଆତ୍ମୀୟ ସୂଜନଙ୍କ ସାହାଯ୍ୟ ସହଯୋଗ ପାଇବେ ।

ଦ୍ୱିଜା- ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ । ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ, କୌଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ।

ପ୍ରତିକାର -  ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ ।