• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th June 2024: ଏହି ରାଶିର ବ୍ୟକ୍ତି ଆଜି ନୂତନ କର୍ମ ନିଯୁକ୍ତି ପାଇବାର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ଶନିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୩.୫୫ ଗତେ ୩ୟା ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୫ ଗତେ ୦୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୪୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ

Capricorn

ମକର

Saturday 08 Jun 2024

ଉ,ଷାଢା- ପରିବାର ଲୋକ ଆପଣଙ୍କ ସକରାତ୍ମକ ଭାବନାଠୁ ପ୍ରଭାବିତ ହେବେ ଓ ପ୍ରଶଂସା କରିବେ । ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି ।

ଶ୍ରବଣା- ବ୍ୟବସାୟରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିଯିବ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ ହଠାତ୍ କାହାର ଡାକରା ପାଇ ଦୂର ଯାତ୍ରା କରିବାକୁ ବାଧ୍ୟ ହେବେ ।

ଧନିଷ୍ଠା- ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ।

ପ୍ରତିକାର- ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :