• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th June 2023: ଆଜି ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ, ଦିନଟି ଭଲରେ କଟିବ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୫ମୀ ସନ୍ଧ୍ୟା ୦୬.୫୯ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Libra

ତୁଳା

Thursday 08 Jun 2023

ଚିତ୍ରା- ଗମନାଗମନ ସମୟରେ ଭୂତାଣୁ ସଂକ୍ରମଣ ହୋଇପାରେ ସେଥିପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କର ବିଶ୍ୱାସ ଆସିବ । ପରିବାରରେ ସମ୍ପତିକୁ ନେଇ ବିବାଦ ଉପୁଜିଲେ ବି ଆପସ ବୁଝାବଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ ।

ସ୍ୱାତୀ- ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ। ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ ।

ବିଶାଖା- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ । କୋର୍ଟ କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ ।

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :