ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୮.୧୬ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।
ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ ।
ଦ୍ୱିଜା – ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ । କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
କୃତିକା – ପରିବାରର ମାମଲା ଘରେହିଁ ସମାଧାନ ହୋଇଯିବ । ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୮.୧୬ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୧୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।