ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି - ୮ମୀ ରାତ୍ରି ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର- ମେଷ ଅହୋରାତ୍ର । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନୀ- ଭୂମିଦାନ ରାତ୍ରି ୦୧.୩୩ ଗତେ ୨ ପାଦ-କୃଷି ଓ ବଂଶହାନୀ-ଭୂମି ଓ ତିଳକାଞ୍ଜନ ଦାନ ।
ମଘା- ଆପଣଙ୍କ ଭୁଲ୍ ନିଷ୍ପତ୍ତି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡିପାରନ୍ତି ।
ପୂ- ଫାଲ୍ଗୁନୀ- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । କୈାଣସି ଅନୁଷ୍ଠାନରେ ପୁରସ୍କାର ମିଳିବାର ଯୋଗ ରହିଛି । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ ।
ଉ- ଫାଲ୍ଗୁନୀ- ନୂତନ ଜିନିଷ କ୍ରୟ କରିପାରନ୍ତି । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧