ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର
ମୃଗଶିରା- ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମ କରିବେ ସେଥିରେ ସଫଳତା ହାସଲ କରିବେ । ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ ।
ଆଦ୍ରା- କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପିଲାମାନେ ରୋଗାକ୍ରାନ୍ତ ହେବେ ।
ପୁନର୍ବସୁ- ମାଲିମକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ । ମହିଳା ମାନେ ଧର୍ମପରାୟଣ ରହିବେ ।
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫