• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th May 2023: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୨ୟା ରାତ୍ରି ୦୮.୧୫ ଗତେ ୩ୟା,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୮.୧୫ ଗତେ ୧ ପାଦ ।

Virgo

କନ୍ୟା

Sunday 07 May 2023

ଉ- ଫାଲ୍‌ଗୁନୀ- ନାନା ଚିନ୍ତାରେ ମାନସିକ ଅସ୍ଥିରତା ବଢିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ ।

ହସ୍ତା- କୈାଣସି କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ କ୍ଷ ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ

ଚିତ୍ରା- ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ । ଚଞ୍ଚଳ ମନ ଯୋଗୁ କୈାଣସି କର୍ମ ଠିକ୍ ଭାବରେ କରିପାରିବେ ନାହିଁ ।

ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :