• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th February 2023: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ସଫଳତା ହାସଲ କରିବେ

ସୈାର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୨ୟା ରାତ୍ରି ୦୪.୨୮ ଗତେ ୩ୟା ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ରାତ୍ରି ୦୪.୨୮ ଗତେ ୧ ପାଦ

Virgo

କନ୍ୟା

Tuesday 07 Feb 2023

ଉ- ଫାଲ୍‌ଗୁନୀ- ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ । କର୍ମକ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ହସ୍ତା- ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଅସଂଯତ କାର‌୍ୟ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି । ସଙ୍ଗୀତ, ନୃତ୍ୟ, କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ଚିତ୍ରା- ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ କଚେରି ମାମଲା ସପକ୍ଷରେ ଯିବ । ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଅନ୍ୟ ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି।

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :