ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୦୯.୪୪ ଗତେ ଧନୁ,ତିଥି-୪ର୍ଥୀ ରାତ୍ରି ୧୨.୧୭ ଗତେ ୫ମୀ ,ଘାତଚନ୍ଦ୍ର- ଦିବା ୦୯.୪୪ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧-ପାଦ-କୃଷିହାନି-ଭୂମିଦା
ମଘା- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ।ସ୍ୱାସ୍ଥ୍ୟ ସଚେତନତାର ଅଭାବଜନିତ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ ।
ପୂ,ଫାଲଗୁନି- ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ । ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ପାଖରେ ନଥିବା ଜିନିଷ ପାଇଁ ତର୍କ ଓ ବିବାଦ ବଢିପାରେ ।
ଉ,ଫାଲଗୁନି- ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ । ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧