ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।
ଉ,ଫଳଗୁନି- ବ୍ୟବସାୟରେ ଲାଭବାନ୍ ହେବେ । ଚାକିରିରେ ପଦ ମର୍ୟ୍ୟଦା ପ୍ରାପ୍ତ ହୋଇପାରେ । ସାଂସାରିକ ଜୀବନରେ ଚିନ୍ତିତ ରହିପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।
ହସ୍ତା- ଅନେକଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଯେଉଁମାନେ ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିବେ ତାହା ନ ପାଇବାରୁ ପ୍ରତିହିଂସାମୂଳକ ମନଭାବ ପୋଷଣ କରିବେ।
ଚିତ୍ରା- ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ । ଘର ପାଇଁ ଆସବାବ କ୍ରୟ କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିପାରନ୍ତି।
ପ୍ରତିକାର - ଦହି ଖାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫