ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।
କୃତିକା- ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ଆଧ୍ୟାତ୍ମିକ ଆଲୋଚନାରେ ସମୟ ବିତାଇବେ । ନିଜର ଦୋଷ ତ୍ରୁଟି ସ୍ୱୀକାର କରବେ ।
ରୋହିଣୀ- ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଭଗବାନଙ୍କ ଆରଧନା ଦ୍ୱାରା ମନସ୍କାମନା ପୂରଣ ହେବ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ।
ମୃଗଶିରା- ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ । ଫିଲ୍ମି ଉଦ୍ୟୋଗୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।
ପ୍ରତିକାର – ପାଣିରେ ହଳଦୀ ମିଶେଇ ଗାଧାନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬