Daily Horoscope 6th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଆଜି ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୫ ଗତେ କର୍କଟ ,ତିଥି- ପ୍ରତିପଦ ରାତ୍ରି ୦୪.୨୬ ଗତେ ୨ୟା,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୦.୩୫ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Aries

ମେଷ

Saturday 06 Jul 2024

ଅଶ୍ୱନୀ- ବନ୍ଧୁଙ୍କ ସହ ଆକସ୍ମିକ ଭ୍ରମଣ ସୁଯୋଗ ଲାଭକରିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବା ହେତୁ ସାମାନ୍ୟ ଖୁସିର ଝଲକ ପରିଲକ୍ଷିତ ହେବ। ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ ।

ଦ୍ୱିଜା- ରାଜନୈତିକ ସ୍ତରରେ ହଠାତ୍ ବିରାଧୀ ପକ୍ଷ ସକ୍ରିୟ ହୋଇପାରନ୍ତି। ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି

କୃତିକା- ପବ୍ଲିକକେଶନ, ପ୍ଲଟିଂ କାରବାର, ଚୁକ୍ତିପତ୍ର କ୍ଷେତ୍ରରେ ସଫଳତା ମିଳିବ। କୌଣସି ଅସୁବିଧା ନ ଥିଲେ ମଧ୍ୟ ଅତୀତ ଘଟଣାକୁ ନେଇ ମନ ଦୁଃଖରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ମତାନ୍ତର, ମନରେ ଭାବାନ୍ତର ସୃଷ୍ଟି କରିବ।

ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :