• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th July 2023: ଏହି ରାଶିର ବ୍ୟକ୍ତି ଆଜି ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୩ୟା ପ୍ରାତଃ ୦୬.୩୦ ଗତେ ୪ର୍ଥୀ (କ୍ଷୟ) ରାତ୍ରି ୦୩.୧୨ ଗତେ ୫ମୀ,ଘାତ ଚନ୍ଦ୍ର – ସିଂହ ଦିବା ୦୧.୩୮ ଗତେ ମିଥୁନ, ମୀନ,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Thursday 06 Jul 2023

ଧନିଷ୍ଠା- ପରିବାରରେ ଭୁଲ୍ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତିରୁ ମନ ଖୁସି ରହିବ।

ଶତଭିଷା- କର୍ମକ୍ଷେତ୍ରରେ ଛୋଟ କଥାରୁ ସମାଲୋଚିତ ହୋଇପାରନ୍ତି । ଟିକିଏ ଟିକିଏ କଥାରେ ରାଗି ଯାହା ମନକୁ ଆସିଲା କହି ପକାଇବା ଦ୍ୱାରା କିଛି ସମସ୍ୟା ଆସିପାରେ।

ପୂ, ଭାଦ୍ରପଦ- ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆତ୍ମୀୟମାନେ ଆପଣଙ୍କ କାମକୁ ସୁଗମ କରିପାରନ୍ତି।

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :