ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର।ଚନ୍ଦ୍ର- ମକର ନିଶାନ୍ତ ୦୫.୦୬ ଗତେ କୁମ୍ଭ,ତିଥି-୫ମୀ ଦିବା ୧୨.୦୮ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର , ନିଶାନ୍ତ ୦୫.୦୬ ଗତେ ମିଥୁନ ଓ ମୀନ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି
ମୃଗଶିରା- ଶାରୀରିକ ସୁସ୍ଥତା ମନକୁ ଆଶ୍ୱସ୍ତି ପ୍ରଦାନ କରିବ। ଅଭାବ ହେତୁ ପରିବାରରେ କଳହ ଦେଖାଦେବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।
ଆଦ୍ରା- କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ଯାତ୍ରାରେ ବିଳମ୍ବ ଘଟିପାରେ ।
ପୁନର୍ବସୁ- ବନ୍ଧୁମାନଙ୍କ ପରାମର୍ଶକ୍ରମେ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ଘରର ସୀମା ବା ସଂପତିକୁ ନେଇ ଆକସ୍ମିକ କଳହ ଲାଗିପାରେ ।
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫