• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th August 2024: ଏହି ରାଶିର ବ୍ୟକ୍ତିଙ୍କ ଘରୋଇ ସମସ୍ୟା ଦୂର ହେବ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୨ୟା ରାତ୍ରି ୦୭.୫୨ ଗତେ ୩ ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୭.୫୨ ଗତେ ୧ ପାଦ କୃଷିହାନି-ଭୂମିଦାନ।

Capricorn

ମକର

Tuesday 06 Aug 2024

ଉ,ଷାଢା- ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ ।ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ।

ଶ୍ରବଣା- ସନ୍ତାନମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ।

ଧନିଷ୍ଠା- କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।

ପ୍ରତିକାର – ମା’ ଶାରଳାଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :