• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th August 2024: ଏହି ରାଶିର ବ୍ୟକ୍ତିଙ୍କ ଘରୋଇ ସମସ୍ୟା ଦୂର ହେବ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୨ୟା ରାତ୍ରି ୦୭.୫୨ ଗତେ ୩ ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୭.୫୨ ଗତେ ୧ ପାଦ କୃଷିହାନି-ଭୂମିଦାନ।

Scorpio

ବିଛା

Tuesday 06 Aug 2024

ବିଶାଖା- ଛୋଟ ଛୋଟ କଥାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ ।

ଅନୁରାଧା- ନିଜର ଆକସ୍ମିକ ବୁଦ୍ଧି ଓ କାର‌୍ୟ୍ୟ କରିବା ଶୈଳିରେ ପରିବର୍ତନ ଆଣି ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ।

ଜ୍ୟେଷ୍ଠା- ଏକାଡେମିକ୍ କାର‌୍ୟ୍ୟ ଉପରେ ଧ୍ୟାନ ରଖିବା ଉଚିତ୍ । ଆୟରଉତ୍ସ ବୃଦ୍ଧି ପାଇବା ଫଳରେ ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର‌୍ୟ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :