ପାରିବାରିକ କ୍ଷେତ୍ରରେ ଆର୍ଥିକ ସଙ୍କଟ ଦୂରେଇଯିବା ଫଳରେ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ।
ପୁନର୍ବସୁ - ଖୁସି ଖବର ଶୁଣି ମନ ପ୍ରଫୁଲ୍ଲିତ ରହିବ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କର କଥା ଓ କାର୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେକରିବେ ।
ପୁଷ୍ୟା – ସାମାଜିକ କାର୍ୟ୍ୟରେ ଅଂଶଗ୍ରହଣ କରିବେ । ଅନେକଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସାମୂଳକ ମନୋଭାବ ପୋଷଣ କରିବେ ।
ଅଶ୍ଳେଷା - ଆମଦାନୀ ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ ।
ପ୍ରତିକାର – ମା’ ଭୁବନେସ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨