• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th September 2023: ଏହି ରାଶିର ବ୍ୟକ୍ତି ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଘାତ ଚନ୍ଦ୍ର- ମେଷ , ଦିବା ୦୩.୦୧ ଗତେ ବିଛା । ଘାତ ବାର- ମକର ।

Virgo

କନ୍ୟା

Tuesday 05 Sep 2023

ଉ- ଫାଲ୍‌ଗୁନୀ- ଖାଦ୍ୟ ଏବଂ ପାନୀୟ ଉପରେ ଧ୍ୟାନ ରଖନ୍ତୁ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ ।

ହସ୍ତା- ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବେ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ । ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।

ଚିତ୍ରା- ଜମିଜମା ପାଇଁ ଅର୍ଥ ବ୍ୟୟ କରିପାରିବେ । ପ୍ରଶାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।

ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :