• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th October 2024: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର ,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର- ନାସ୍ତି ,ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Virgo

କନ୍ୟା

Saturday 05 Oct 2024

ଉ,ଫଳଗୁନି- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ।

ହସ୍ତା- ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି ।

ଚିତ୍ରା- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର‌୍ୟ୍ୟରେ ମନ ବଳାଇବେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :