ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ପୂର୍ଣ୍ଣିମା ରାତ୍ରି ୧୧.୦୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ରାତ୍ରି ୦୯.୩୮ ଗତେ ୧ ପାଦ- କୁଟୁମ୍ଭହାନି – ତିଳକାଞନ ଦାନ
ବିଶାଖା- ଅଧିକ ସମୟ ସମାଲୋଚନାରେ କଟିପାରେ, ଜିଦ୍ ଗୁଣ ପାଇଁ ଅଶାନ୍ତି ବଢିପାରେ । ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଦିନଟି ଭଲ ରହିବ । ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ । କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ
ଅନୁରାଧା- ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ବୈବାହିକ ଜୀବନରେ ମଧୁରତା ଆସିବ । ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ
ଜ୍ୟୋଷ୍ଠା- ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଇର୍ଷାପରାୟଣ,ଖଳବ୍ୟକ୍ତି ମାନେ ଶତୃତା କରିଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯