• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତି ପାଇପାରନ୍ତି

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।ତିଥି- ଅମାବାସ୍ୟା ରାତ୍ରି ୦୪.୨୭ ଗତେ ପ୍ରତିପଦ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୪.୦୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Capricorn

ମକର

Friday 05 Jul 2024

ଉ,ଷାଢା- ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

ଶ୍ରବଣା- ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ। ସାମାଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସାଧାରଣ କଥାରେ ପଡ଼ୋଶୀଙ୍କ ସହ ମନାନ୍ତର ଦେଖା ଦେଇପାରେ।

ଧନିଷ୍ଠା- କୌଣସି ଧର୍ମକାର‌୍ୟ୍ୟ, ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସରଳ ସମାଧାନ ହୋଇଯିବ। ଧୈର‌୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ ଠିକ୍ ହୋଇଯିବ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :