• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତି ପାଇପାରନ୍ତି

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।ତିଥି- ଅମାବାସ୍ୟା ରାତ୍ରି ୦୪.୨୭ ଗତେ ପ୍ରତିପଦ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୪.୦୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Scorpio

ବିଛା

Friday 05 Jul 2024

ବିଶାଖା- ପରିସ୍ଥିତିବଶତଃ କଠୋର ବାକ୍ୟାଳାପରୁ ଦୂରେଇ ରହିବା ଭଲ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହେବେ । ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ପ୍ରତିପଦକ୍ଷେପରେ ବାଧା ସୃଷ୍ଟି କରିପାରେ।

ଅନୁରାଧା- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ। ଦୀର୍ଘଦିନର ଆଶା ଫଳବତୀ ହେବା ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ। ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ।

ଜ୍ୟେଷ୍ଠା- କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ବାଦୀୟ ସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ଦୀର୍ଘଦିନରୁ ଲାଗିରହିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :