• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତି ପାଇପାରନ୍ତି

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।ତିଥି- ଅମାବାସ୍ୟା ରାତ୍ରି ୦୪.୨୭ ଗତେ ପ୍ରତିପଦ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୪.୦୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Leo

ସିଂହ

Friday 05 Jul 2024

ମଘା- ବାସସ୍ଥାନ ବା ଯାନବାହନ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ

ପୂ,ଫାଲଗୁନି- ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୈାଣସି କାରଣରୁ ମନ ଭଲ ରହିବ ନାହିଁ । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ

ଉ,ଫାଲଗୁନି- କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ । ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । କ୍ୟାରିୟର ସମସ୍ୟା ସମାଧାନର ବାଟ ମିଳିବ

ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :