• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th January 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର । ଚନ୍ଦ୍ର – ବୃଷ ଦିବା ୦୮.୦୫ ଗତେ ମିଥୁନ । ତିଥି- ୧୪ଶୀ ରାତ୍ରି ୦୨.୧୪ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଦିବା ୦୮.୦୫ ଗତେ କନ୍ୟା ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Gemini

ମିଥୁନ

Thursday 05 Jan 2023

ମୃଗଶିରା - ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ ।ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ

ଆଦ୍ରା - ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିବେ । ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ ।

ପୁନର୍ବସୁ - ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :