• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th April 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ପ୍ରାତଃ ୦୭.୧୧ ଗତେ କୁମ୍ଭ। ତିଥି- ଏକାଦଶୀ ଦିବା ୦୧.୨୮ ଗତେ ଦ୍ୱାଦଶୀ। ଘାତଚନ୍ଦ୍ର- ସିଂହ ରାଶିର, ପ୍ରାତଃ ୦୭.୧୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୨୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

Scorpio

ବିଛା

Friday 05 Apr 2024

ବିଶାଖା – ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ ।

ଅନୁରାଧା – ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧୁତ୍ୱ ସୃଷ୍ଟି ହୋଇପାରେ।

ଜ୍ୟେଷ୍ଠା – ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ମହିଳା ଅଧିକ ସମୟ ପିଲାଙ୍କ ସହିତ ବିତାଇବେ । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ । ଅନ୍ୟମାନଙ୍କର କଥା ଓ କାର‌୍ୟ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।

ପ୍ରତିକାର – ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :