• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th April 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ପ୍ରାତଃ ୦୭.୧୧ ଗତେ କୁମ୍ଭ। ତିଥି- ଏକାଦଶୀ ଦିବା ୦୧.୨୮ ଗତେ ଦ୍ୱାଦଶୀ। ଘାତଚନ୍ଦ୍ର- ସିଂହ ରାଶିର, ପ୍ରାତଃ ୦୭.୧୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୨୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

Leo

ସିଂହ

Friday 05 Apr 2024

ମଘା –ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଭାଇ-ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ।

ପୂ , ଫାଲଗୁନୀ - ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡିପାରନ୍ତି । ସତର୍କ ରୁହନ୍ତୁ । ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ । ଅଫିସରେ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ ।

ଉ ,ଫାଲଗୁନୀ – କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଗୁରୁଜନମାନଙ୍କ ଆଜ୍ଞା ପାଳନ କରିବେ । ନୂଆ କାର‌୍ୟ୍ୟ ପାଇଁ ପ୍ଲାନିଂ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।

ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :