• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th April 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ପ୍ରାତଃ ୦୭.୧୧ ଗତେ କୁମ୍ଭ। ତିଥି- ଏକାଦଶୀ ଦିବା ୦୧.୨୮ ଗତେ ଦ୍ୱାଦଶୀ। ଘାତଚନ୍ଦ୍ର- ସିଂହ ରାଶିର, ପ୍ରାତଃ ୦୭.୧୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୨୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

Cancer

କର୍କଟ

Friday 05 Apr 2024

ପୁନର୍ବସୁ - ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେମାର, ବୃଦ୍ଧିଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।

ପୁଷ୍ୟା – ଆର୍ଥିକ କ୍ଷେତ୍ରରେ ଲାଭବାନ୍ ସହିତ ସଂଚୟ କରିପାରନ୍ତି । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ରଛାତ୍ରୀମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ମନ ଅସ୍ଥିରତା ରହିବ ।

ଅଶ୍ଳେଷା - ଜମିବାଡି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳାମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣୀ ଦାୟିତ୍ୱ ନେଇ ପାରନ୍ତି । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।

ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :