• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th June 2024: ଏହି ରାଶିର ବ୍ୟକ୍ତି ଆଜି ରାଜନୀତିରେ ସଫଳତା ପାଇବେ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି- ଭୂମିଦାନ ରାତ୍ରି ୧୦.୩୫ ଗେତ ୦୨ ପାଦ କୃଷି ଓ ବଂଶହାନି-ଭୁମି ଓ ତିଳକାଞ୍ଚନଦାନ।

Capricorn

ମକର

Tuesday 04 Jun 2024

ଉ,ଷାଢା- ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ।

ଶ୍ରବଣା- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ଧନିଷ୍ଠା- କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ପ୍ରଶାସନିକ କ୍ଷେତ୍ରରେ ସାହାର‌୍ୟ୍ୟ ପାଇବେ । ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ ।

ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :