• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th June 2024: ଏହି ରାଶିର ବ୍ୟକ୍ତି ଆଜି ରାଜନୀତିରେ ସଫଳତା ପାଇବେ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି- ଭୂମିଦାନ ରାତ୍ରି ୧୦.୩୫ ଗେତ ୦୨ ପାଦ କୃଷି ଓ ବଂଶହାନି-ଭୁମି ଓ ତିଳକାଞ୍ଚନଦାନ।

Aquarius

କୁମ୍ଭ

Tuesday 04 Jun 2024

ଧନିଷ୍ଠା-ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ବିଳସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ ।

ଶତଭିଷା- କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ପାଇବେ। ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ସହଯୋଗ କାରଣରୁ ଭଲ ରହିବ। ଅଫିସରୁ ଆସିବା ବେଳକୁ ମନ ପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।

ପୂ,ଭାଦ୍ରପଦ- ଉଚ୍ଚଶିକ୍ଷାର ସୁଯୋଗ ପାଇବା ସହ ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ମିଳିବ । ଧାର୍ମିକ ପରିବେଶରେ ଦେବଦର୍ଶନ ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ ।

ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :