• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th June 2024: ଏହି ରାଶିର ବ୍ୟକ୍ତି ଆଜି ରାଜନୀତିରେ ସଫଳତା ପାଇବେ

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି- ଭୂମିଦାନ ରାତ୍ରି ୧୦.୩୫ ଗେତ ୦୨ ପାଦ କୃଷି ଓ ବଂଶହାନି-ଭୁମି ଓ ତିଳକାଞ୍ଚନଦାନ।

Taurus

ବୃଷ

Tuesday 04 Jun 2024

କୃତିକା- ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ ।

ରୋହିଣୀ- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ ।ପରୀକ୍ଷାରେ ସଫଳତାଦି ଅଭିଳାଷ ପୂର୍ଣ୍ଣତା ଲାଭ କରିବ।

ମୃଗଶିରା- ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ଦୂରେଇ ଯିବା ଫଳରେ ଶତୃମାନେ ଦୁର୍ବଳ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବ । ସାବଧାନ ରୁହନ୍ତୁ ଠକାମିରେ ପଡିପାରନ୍ତି ।

ପ୍ରତିକାର – ମା' କମଳାଙ୍କର ଫଟୋକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :