ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି - ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ
ପୂ, ଭାଦ୍ରପଦ- ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ପରିପ୍ରେକ୍ଷୀରେ ପଡି ଧାର ଉଧାର କରିବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା କାରଣରୁ ନିଜ ଲୋକଙ୍କୁ ସନ୍ଦେହ କରିବେ।
ଉ, ଭାଦ୍ରପଦ- ବ୍ୟବସାୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ରହିବ ନାହିଁ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ଚିଡିଚିଡା ସ୍ୱଭାବ ଯୋଗୁ ବିଚଳିତ ହେବେ। ସରକାରୀ କ୍ଷେତ୍ରରୁ ଲାଭର ଆଶା କରି ପାରନ୍ତି । ଅଭାବରୁ ଧନହାନୀର ଆଶଙ୍କା ରହିଛି।
ରେବତୀ-କୌଣସି କାମରେ ଠିକ୍ ନିଷ୍ପତ୍ତି ମଧ୍ୟ ନେଇ ପାରିବେ ନାହିଁ । ଅଫିସରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତିକରିପାରେ।
ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩