• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହାନ କ୍ରୟ କରିବାର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୩ ସୋମବାର,ଚନ୍ଦ୍ର- ମେଷ ଅହୋରାତ୍ର,ତିଥି-୧୨ଶୀ ରାତ୍ରି ୧୨.୧୮ ଗତେ ୧୩ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୨.୧୮ ପର୍ଯ୍ୟନ୍ତ

Capricorn

ମକର

Monday 03 Jun 2024

ଉ,ଷାଢା- ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ଆକାର ଧାରଣ କରିବାର ସମ୍ଭାବନା ରହିଛି।

ଶ୍ରବଣା- ଅଫିସ୍ରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ । କାମର ଚାପ ବୃଦ୍ଧି ପାଇବା କାରଣରୁ ସ୍ଥିରତା ରହିବ ନାହିଁ ।

ଧନିଷ୍ଠା-ପଢାପଢିରେ ମନେଯାଗ ଦେଲେ ବିଦ୍ୟାରେ ଉନ୍ନତି ହେବ । ଦୀର୍ଘଦିନର ଋଣ ଓ ପରୋକ୍ଷ ଶତ୍ରୁତା ପାଇଁ ବ୍ୟସ୍ତ ରହିବେ । ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ପାଇବେ ।

ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :