• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଯାନବାହାନ କ୍ରୟ କରିବାର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୩ ସୋମବାର,ଚନ୍ଦ୍ର- ମେଷ ଅହୋରାତ୍ର,ତିଥି-୧୨ଶୀ ରାତ୍ରି ୧୨.୧୮ ଗତେ ୧୩ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୨.୧୮ ପର୍ଯ୍ୟନ୍ତ

Pisces

ମୀନ

Monday 03 Jun 2024

ପୂ,ଭାଦ୍ରପଦ-ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ବିଫଳ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।

ଉ,ଭାଦ୍ରପଦ- ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତ୍ରୁ ଉପକୃତ ହେବେ।

ରେବତୀ- ବେଖାତିର ଭାବରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଆଲୋଚନା ପରିସର, ସଭାସମିତି, ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ। ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।

ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :