ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ମଙ୍ଗଳବାର। ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୨ଶୀ ରାତ୍ରି ୧୦.୦୨ ଗତେ ୧୩ଶୀ,ଘାତ ଚନ୍ଦ୍ର- ବିଛା,(ଅହୋରାତ୍ର)ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ – କୃଷି, ପଶୁ ଓ ବଂଶହାନି ଭୂମି- ଅନ୍ନ ଓ ତିଳକାଞନ ଦାନ ଦିବା ୦୪.୨୫ ଗତେ ୨ ପାଦ
ଚିତ୍ରା – ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ । କୈାଣସି ବଡ ଧରଣର ଯୋଜନା କାର୍ୟ୍ୟକାରୀ ହୋଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ
ସ୍ୱାତୀ – ଦୂରଯାତ୍ରା,ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମସ୍ୟାର ସମାଧାନ କରିବେ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ
ବିଶାଖା – ସମ୍ପର୍କୀୟ ଜଣେ ବନ୍ଧୁଙ୍କ ପ୍ରତିଶୃତି ଯାହାକି ଆପଣଙ୍କ କାମରେ ଆସିବ ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । କୌଣସି କାର୍ୟ୍ୟକୁ ନେଇ ଚିନ୍ତିତ ରହିବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬