• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd April 2024: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ ।

Sagittarius

ଧନୁ

Wednesday 03 Apr 2024

ମୂଳା- କୌଣସି ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ଆର୍ଥିକ ଅନଟନ ହେତୁ ଆଶା ପୂରଣ ହୋଇପାରିବ ନାହିଁ । ପରିବହନ କ୍ଷେତ୍ରରେ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ ।

ପୂ, ଷାଢା- ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ ।

ଉ,  ଷାଢା- ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କିଛି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି ।

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ ।
 

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :