ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ ।
ମୃଗଶିରା- ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତୁ । ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ପାଇବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ।
ଆଦ୍ରା- ସାମାଜିକ ଜୀବନକୁ ସରସ ସୁନ୍ଦର କରିବାରେ ସହାୟକ ହେବ । ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ବିଭିନ୍ନ ଚେଷ୍ଟା କଲେ ମଧ୍ୟ ଅସଫଳ ହେବେ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ।
ପୁନର୍ବସୁ- ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ । ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନାହିଁ । ଅସମ୍ପୂର୍ଣ୍ଣ କାର୍ୟ୍ୟ କିଛି ଅଂଶରେ ବଢ଼ିଚାଲିବ ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫