• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st May 2024: ଏହି ରାଶିର ବ୍ୟକ୍ତି ଆଜି କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୦୯ ଗତେ ମୀନ,ତିଥି- ୮ମୀ ଦିବା ୦୯.୩୮ ଗତେ ୯ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୧୧.୦୯ ଗତେ ଧନୁ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିରପୁଷ୍କର ଦୋଷ- ପ୍ରାତଃ ୦୬.୧୩ ଗତେ ୧ ପଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ପର୍ଯ୍ୟନ୍ତ ।

Scorpio

ବିଛା

Friday 31 May 2024

ବିଶାଖା- ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ ଏବଂ ସନ୍ତାନଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବେ । ଆଶା କରୁଥିବା କାମରେ ଟିକେ ଡେରିରେ ସଫଳତା ପାଇବେ ।ନିଷ୍ପତି ମୂଳକ କାର‌୍ୟ୍ୟରେ ଆଗପଛ ହୋଇ ପାରନ୍ତି ।

ଅନୁରାଧା- ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ ।

ଜ୍ୟେଷ୍ଠା- ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିବହନ ଓ ଶିଳ୍ପରେ ମାନ୍ଦା ହେବାର ଦେଖାଦେଇ ପାରେ । ପୂର୍ବରୁ କରିଥିବା କର୍ମ ପାଇଁ ଦଣ୍ଡ ପାଇ ପାରନ୍ତି

ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :