• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st May 2024: ଏହି ରାଶିର ବ୍ୟକ୍ତି ଆଜି କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୦୯ ଗତେ ମୀନ,ତିଥି- ୮ମୀ ଦିବା ୦୯.୩୮ ଗତେ ୯ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୧୧.୦୯ ଗତେ ଧନୁ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିରପୁଷ୍କର ଦୋଷ- ପ୍ରାତଃ ୦୬.୧୩ ଗତେ ୧ ପଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ପର୍ଯ୍ୟନ୍ତ ।

Taurus

ବୃଷ

Friday 31 May 2024

କୃତିକା- ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।

ରୋହିଣୀ- ରାଜନିତିରେ କୈାଣସି କାର‌୍ୟ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ଚାକିରି କ୍ଷେତ୍ରରେ ମନ ଅସ୍ଥିରତା ରହିବ।

ମୃଗଶିରା- ଜମି କିଣିବା ବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ । ମଧୁର ବ୍ୟବହାର ପାଇଁ ଅନ୍ୟ ମାନଙ୍କୁ ଆକର୍ଷଣ କରି ପାରିବେ । ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ ।

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :