ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୧ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି- ୨ୟା ଦିବା ୦୧.୫୯ ଗତେ ୩ୟା,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୫୯ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୪.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ମଘା- କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । ମନ ଭୁଲାଣିୟା କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ
ପୂ,ଫାଲଗୁନି- କ୍ୟାରିୟରରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ ।
ଉ,ଫାଲଗୁନି- ମାଲିମକଦମା ସମସ୍ୟାର ସମାଧାନ କରିବେ । ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧