ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ ଶୀ ପ୍ରାତଃ ୦୭.୨୭ ଗତେ ୧୪ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାତ୍ରି ୧୨.୧୫ ଗତେ ସିଂହ । ଘାତ ବାର- ମିଥୁନ । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୫୮ ଗତେ ୧ ପାଦ- କୁଟୁମ୍ବହାନୀ- ତିଳକାଞ୍ଜନ ଦାନ ।
କୃତିକା- ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ । ଚାକିରିରେ କ୍ରୋଧର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ଆପଣଙ୍କ ପିଲା ବ୍ୟବସାୟ କାମରେ ଆପଣଙ୍କୁ ସହଯୋଗ କରିବେ ।
ରୋହିଣୀ- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ।
ମୃଗଶିରା- ପୈତୃକ ସମ୍ପତ୍ତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ । ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ ।
ପ୍ରତିକାର- ମା’ କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬