• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th September 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଧନଲାଭର ବଡ଼ ସୁଯୋଗ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । ତିଥି - ପ୍ରତିପଦ ଦିବା ୧୨.୨୧ ଗତେ ୨ୟା । ଘାତ ଚନ୍ଦ୍ର - ଧନୁ ରାଶିର, ରାତ୍ରି ୦୯.୦୯ ଗତେ ମେଷ ରାଶି । ଘାତ ବାର- ବୃଷ, ସିଂହ ଓ କନ୍ୟା ।

Virgo

କନ୍ୟା

Saturday 30 Sep 2023

ଉ- ଫାଲ୍‌ଗୁନୀ- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ସ୍ଥଗିତ କାମ ବନ୍ଧୁ ସାହାର୍ଯ୍ୟରେ ପୁରା କରିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ ।

ହସ୍ତା- ବ୍ୟବସାୟରେ ଧନ ଲାଭର ସୁଯୋଗ ଆସିବ । ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ ।

ଚିତ୍ରା- ନୂତନ ଜିନିଷ କ୍ରୟ କରିପାରନ୍ତି । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର-ଛୋଟପିଲାଙ୍କୁ କିଛି  ପିଜୁଳି ଖାଇବାକୁ ଦିଅନ୍ତୁ