ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଦିବା ୧୦.୨୮ ଗତେ ବିଛା । ତିଥି- ୧୨ଶୀ ରାତ୍ରି ୦୧.୧୭ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନୀ- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୯ ।
ମୂଳା – ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ । ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ବଜାରରେ ଦ୍ରୁତ ପରିବର୍ତ୍ତନ ସହ ବ୍ୟବସାୟୀମାନେ ଆଗକୁ ଆଗେଇବେ ।
ପୂ , ଷାଢା – କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଶିକ୍ଷାର୍ଥୀମାନେ ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ । ବୈାଜ୍ଞାନିକ ମାନେ ନୂତନ ତଥ୍ୟ ହାସଲରେ ଚେଷ୍ଟିତ ରହିବେ ।
ଉ , ଷାଢା – କୋର୍ଟର ନିଷ୍ପତ୍ତି ଆପଣଙ୍କ ପକ୍ଷରେ ହେବ । ମହିଳା ମାନଙ୍କର ଦିନଟି ଶୁଭ ରହିବ । ସରକାରୀ କ୍ଷେତ୍ରରେ ସମ୍ମାନ ଜନକ କାର୍ଯ୍ୟ କରି ବିଦେଶ ଯାତ୍ରା କରିପାରନ୍ତି । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ ।
ପ୍ରତିକାର- ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩