ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଦିବା ୧୦.୨୮ ଗତେ ବିଛା । ତିଥି- ୧୨ଶୀ ରାତ୍ରି ୦୧.୧୭ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନୀ- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୯ ।
ବିଶାଖା – ପୁରୁଣା ରୋଗ ଗୁଡ଼ିକ ପୁଣିଥରେ ଦେଖାଦେବ । ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଉନ୍ନତ ଜ୍ଞାନ କୌଶଳରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ ।
ଅନୁରାଧା- ପ୍ରେମରେ ଭୁଲ ବୁଝାବଣା ହୋଇପାରେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । କମ୍ପ୍ୟୁଟର ଶିକ୍ଷା ପାଇଁ ଆଗ୍ରହ ବଢ଼ିବ ।
ଜ୍ୟେଷ୍ଠା- ଶତ୍ରୁମାନେ ମିତ୍ରଭାବେ ଆଚରଣ କରିବେ । ମହିଳାମାନେ ଶୁଭ ସମାଚାର ଶୁଣି ଖୁସି ହେବେ । ଡାକ୍ତରମାନେ ଭଲ ରୋଜଗାର କରିବେ । କୌଣସି ଶୁଭ କାର୍ଯ୍ୟରେ ବାଧା ଆସିପାରେ ।
ପ୍ରତିକାର- ମା’ ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯