ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଦିବା ୧୦.୨୮ ଗତେ ବିଛା । ତିଥି- ୧୨ଶୀ ରାତ୍ରି ୦୧.୧୭ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନୀ- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୯ ।
ଚିତ୍ରା – ଦୁର୍ଘଟଣାଦି ମନରେ ଭୟ ରହିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।
ସ୍ୱାତୀ- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥି ମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ ।
ବିଶାଖା – ଖେଳାଳି ମାନେ ପରିଶ୍ରମ କରି କୃତିତ୍ୱ ହାସଲ କରିବେ । ଆଇନର ଆଶ୍ରୟ ନେଇ ପାରନ୍ତି । ମହିଳାମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇପାରନ୍ତି । ବିଭିନ୍ନ ଦିଗରୁ ଆଶାତୀତ ଫଳ ପାଇବେ ।
ପ୍ରତିକାର- ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬