• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th June 2023: ଏହି ରାଶିର ମହିଳା ମାନଙ୍କୁ ଆଜି କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଦିବା ୧୦.୨୮ ଗତେ ବିଛା । ତିଥି- ୧୨ଶୀ ରାତ୍ରି ୦୧.୧୭ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନୀ- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୯ ।

Taurus

ବୃଷ

Friday 30 Jun 2023

କୃତିକା- ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ବନ୍ଧୁ ବା ସମ୍ପର୍କୀୟ ସହାୟତା ଯୋଗୁ ଆର୍ଥିକ ସ୍ୱଚ୍ଛଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ ।

ରୋହିଣୀ- ଖେଳାଳି ଓ ଚିତ୍ରତାରକାମାନେ ଉତ୍ତମ ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ କିଛି କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତିମାନେ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।

ମୃଗଶିରା- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବାକି ପଡ଼ିଥିବା ପାଉଣା ଫେରି ପାଇବେ ।

ପ୍ରତିକାର – ଓଁ ଶ୍ରୀଂ ମହାଲକ୍ଷ୍ମେନୀୟୋ ନମଃ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :