• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଭ୍ରମଣ ଯୋଗ ରହିଛି

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୮ମୀ ସନ୍ଧ୍ୟା ୦୬.୩୪ ଗତେ ୯ମ,ଘାତ ଚନ୍ଦ୍ର- ଧନୁ ,(ଅହୋରାତ୍ର),ଘାତ ବାର – ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି

Libra

ତୁଳା

Friday 30 Dec 2022

ଚିତ୍ରା – ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ମହିଳା ମିତ୍ରଙ୍କ ସାହାଯ୍ୟ ମିଳିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି ।

ସ୍ୱାତୀ – ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ନିର୍ମାଣ କାର‌୍ୟ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ

ବିଶାଖା – ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଅପ୍ରତ୍ୟାଶିତ ସଂମ୍ପତି ମିଳିବାର ସୂଚନା ଅଛି । ବୈବାହିକ ଜୀବନରେ ମଧୁରତା ଆସିପାରେ । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ

ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :