ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୮ମୀ ସନ୍ଧ୍ୟା ୦୬.୩୪ ଗତେ ୯ମ,ଘାତ ଚନ୍ଦ୍ର- ଧନୁ ,(ଅହୋରାତ୍ର),ଘାତ ବାର – ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି
କୃତିକା -ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାରିୟରରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଛ ପଇସା ଖର୍ଚ୍ଚ କରିବାକୁ ପଡିବ ।
ରୋହିଣୀ – କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର୍ୟ୍ୟ କରିବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ସତ୍ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ । ଅନ୍ୟର ସାହାର୍ୟ୍ୟରେ ଅଟକି ରହିଥିବା କାମକୁ ସପୂର୍ଣ୍ଣ କରିବେ ।
ମୃଗଶିରା – ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ସୁବିଧା-ସହଜରେ କାର୍ୟ୍ୟକୁ କରିବେ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ । ମନସ୍ଥାପରେ ସମୟ କଟାଇବେ ଓ ବିରକ୍ତି ଭାବ ପ୍ରକାଶ କରିବେ ।
ପ୍ରତିକାର – ମାଆ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬