• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30 Jan 2024: ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ମଧୁର ରହିବ

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୮.୫୪ ଗତେ ୫ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୫ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।

Capricorn

ମକର

Tuesday 30 Jan 2024

ଉ,ଷାଢା- ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ ।

ଶ୍ରବଣା- ଚାକିରୀରେ ସାମାନ୍ୟ ଅବହେଳା କରିବେ । ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ ।

ଧନିଷ୍ଠା- ଭୂସମ୍ପତ୍ତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ ।

ପ୍ରତିକାର- ମା’ ଶାରଳାଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :