• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd March 2023: ଆଜି ଏହି ରାଶିର ବ୍ୟକ୍ତିଙ୍କୁ କୋର୍ଟ କଚେରୀରେ ଶୁଭ ଫଳ ମିଳିବ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର ।ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୧୦ମୀ ପ୍ରାତଃ ୦୬.୩୯ ଗତେ ୧୧ଶୀ ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ଦିବା ୧୨.୪୩ ଗତେ ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Aquarius

କୁମ୍ଭ

Thursday 02 Mar 2023

ଧନିଷ୍ଠା- ଅଧିକ ପରିଶ୍ରମ କାରଣରୁ ସ୍ୱାସ୍ଥ୍ୟ ହାନିର କାରଣ ଅଛି । ଦାଂପତ୍ୟ ଜୀବନରେ ମଧୁରତା ବଢିବ । କାରବାରରେ ଆପଣଙ୍କର ବହୁତ ଲାଭ ହେବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ ।

ଶତଭିଷା- ଯାନବାହନ ,ବ୍ୟବସାୟରେ ସଫଳତା ଲାଭ କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ ।

ପୂ, ଭାଦ୍ରପଦ- ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ କାନୁନ , ବିବାଦ ଆଦି ଦେଖା ଦେଇପାରେ । ମହିଳା ମାନେ ଧାର୍ମିକ କାର‌୍ୟ୍ୟରେ ମନ ନିବେଶ କରିବେ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :